୫ ଲକ୍ଷ ଟଙ୍କାର ଛାତ୍ର ବୃତ୍ତି ଦେବେ ସୋନୁ

ଭୁବନେଶ୍ୱର (୦୩ /୧୨ ,ପିପିଏଲ ନ୍ୟୁଜ ) ପିଲାଦିନେ ଆମେ ଅନେକ ସ୍ୱପ୍ନ ଦେଖିଥାଉ । କିଏ ବୈଜ୍ଞାନିକ ହେବାକୁ ଆଶା ରଖିଥାଏ ତ ଆଉ କିଏ ଡାକ୍ତର, ଇଞ୍ଜିନିୟର । ହେଲେ ଟଙ୍କା ଅଭାବରୁ ଅନେକ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ପୂରା ହୋଇପାରେ ନାହିଁ । ଏବେ କିନ୍ତୁ ଟଙ୍କା ଅଭାବରୁ ଆଉ ପାଠପଢାରୁ କେହି ବଂଚିତ ହେବେ ନାହିଁ । ଗରିବ ପିଲାଙ୍କୁ ସାହା ହେବେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ ।ପୂର୍ବରୁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିଥିବା ସୋନୁ, ଏବେ ଛାତ୍ରବୃତି ଦେବାକୁ ବଡ ଘୋଷଣା କରିଛନ୍ତି । ଡାକ୍ତରୀ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଛାତ୍ରବୃତି ଦିଆଯିବ, ଯାହା ସେମାନଙ୍କୁ ବିଦେଶରେ ଥିବା ବଡ ବଡ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢିବାକୁ ସାହାଯ୍ୟ କରିବ । ଏନେଇ ସୋନୁ ସୁଦ ନିଜ ଟୁଇଟର ଆକାଉଂଟ ଜରିଆରେ ବଡ ଘୋଷଣା କରିଛନ୍ତି ।


ରିପୋର୍ଟ -ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *