୮ ତାରିଖ ଯାଏ ସମ୍ପୁର୍ଣ୍ଣ ସଟ୍ ଡାଉନ୍ ହେଲା କଟକ।

କଟକ(୦୪/୦୭ , ପିପିଏଲ୍ ନ୍ୟୁଜ୍) : ରାଜ୍ୟ ରେ କରୋନା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ କଟକ ଜିଲ୍ଲା ରେ ମଧ୍ୟ କାୟା ମେଲାଇ ଚାଲିଛି କରୋନା । କଟକ ଜିଲ୍ଲା ରେ ଆଜି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭୦୨ ରେ ପହଁଚିଛି। ସେଥିମଧ୍ୟ ରୁ ୪ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସବୁ ପରିସ୍ଥିତି କୁ ଆଖିରେ ରଖି କରୋନା ସଂକ୍ରମଣ କୁ ଆୟତ୍ତ କରିବା ପାଇଁ କଟକ ସହର କୁ ଜୁଲାଇ ୮ତାରିଖ ମଧ୍ୟ ରାତ୍ର ଯାଏଁ ସମ୍ପୁର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛି କଟକ ମହାନଗର ନିଗମ।କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ଓ ସାମଗ୍ରୀ କୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟକଳାପ କୁ ବନ୍ଦ ରଖିବାକୁ କଡା ନିର୍ଦେଶ ଜାରି କରିଛି CMC। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା CMC।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *