ପ୍ରୀତି ଜିଣ୍ଟାଙ୍କୁ କପି କଲେ

ନୂଆଦିଲ୍ଲୀ(୦୨ /୦୩, ପିପିଏଲ୍ ନ୍ୟୁଜ୍) : ଟିଭି ଏବଂ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ Ankita Lokhande ଏବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳୁଛି । ସବୁବେଳେ ସେ ତାଙ୍କର ଡାନ୍ସ ଭିଡିଓ ସେୟାର କରି , ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରହୁଛନ୍ତି । ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହ୍ୱାଇଟ କଲର ଆଉଟଫିଟରେ ପ୍ରୀତି ଜିଣ୍ଟାଙ୍କୁ କପି କରି ତାଙ୍କ ଫିଲ୍ମ’ ଦିଲ୍ ସେ’ର ସୁପରହିଟ୍ ଗୀତ ‘ଜିୟା ଜଲେ ଜାନ୍ ଜଲେ’ରେ ଜବରଦସ୍ତ ଅନ୍ଦାଜରେ ଡାନ୍ସ କରୁଥିବା ନଜର ଆସୁଛନ୍ତି ।ଭିଡିଓରେ ଅଙ୍କିତାଙ୍କ ଡାନ୍ସ ଓ ତାଙ୍କ ଏକ୍ସପ୍ରେସନ୍ସକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ , ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଅଙ୍କିତା ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଦୁଷ୍ମନ କି ଆୱାଜ୍ ହମେଶା ସଶସ୍ତ୍ର ଆତି ହେ । ସତ୍ୟ କୋ କେୱଲ୍ ଖୁଦ୍ କି ଆବଶ୍ୟକତା ହେ ।ପ୍ରକାଶ ଥାଉକି, ଅଙ୍କିତା ଟିଭି ସିରିଏଲ ‘ପବିତ୍ର ରିସ୍ତା’ ମାଧ୍ୟମରେ ଟେଲିଭିଜନରେ ଡେବ୍ୟୁ କରିଥିଲେ । ଏଥିରେ ଅଙ୍କିତା ଏବଂ ସୁଶାନ୍ତ ସିଂ ରାଜପୁତ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *