ବିନା ଶ୍ରଦ୍ଧାଳୁରେ ଶେଷ ହେଲା ଚନ୍ଦ୍ରଭାଗା ବୁଡ଼

କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପବିତ୍ର ମାଘ ସପ୍ତମୀରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି  ।  କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି ।ଗତକାଲି ରାତି ୯ଟା ସମୟରେ ମଧିପୂରର ତ୍ରିବେନିଶ୍ୱର, ସନ୍ତପୁର ଗ୍ରାମର ଐଶାନେଶ୍ୱର , କୁରୁଜଙ୍ଗ ଗ୍ରାମର ମହାପ୍ରଭୁ ଦଖିନେଶ୍ୱରଙ୍କ ବିମାନକୁ ବିଜେ କରି ପାରମ୍ପାରିକ ଶୋଭାଯାତ୍ରାରେ କୋଣାର୍କ ଏନଏସି କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ଏହାପରେ ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହେବାପରେ ଠାକୁର ବାହୁଡାଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *